Header Ads Widget

HOT

6/recent/ticker-posts

Emergency services such as police, ambulances Number will Change

 Bhubaneswar: A number has been issued for all emergency assistance of the police department. You no longer have to dial different numbers for various emergency services such as police, ambulances, fire brigades and women's helplines. Dial 112 to get all the help you need right away.


Similarly, Chief Minister Naveen Patnaik has approved 108 posts for expedited service. To help the people, various assistance numbers such as 100, 101, 102, 108, 108, 141 have been consolidated and 112 have been added. The Chief Minister also approved the creation of 108 posts in the police department to provide efficient and efficient services to the general public through 112. Six DSPs, 151 inspectors, 203 sub-inspectors and 40 constables will be deployed for 112 services. The contract will also employ 19 callers and 236 vehicles. Chief Minister Naveen Patnaik hopes that people will have a stronger faith in the system if all emergency services are available at number one.


ଭୁବନେଶ୍ବର: ପୁଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର ଜାରି ହୋଇଛି। ଏଣିକି ପୁଲିସ, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ୍ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡିବ ନାହିଁ । ୧୧୨ ନମ୍ବରରେ ଡାଏଲ କଲେ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ୱରିତ ସେବା ପାଇଁ ୧୦୯୮ଟି ପଦବୀକୁ ମଞ୍ଜୁରି ଦେଇଛନ୍ତି । ଜନତାଙ୍କ ସୁବିଧା ଯୋଗାଇବାକୁ ବିଭିନ୍ନ ସହାୟତା ନମ୍ବର ଯଥା- ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ନମ୍ବରକୁ ଏକୀଭୂତ କରାଯାଇ ୧୧୨ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି । ୧୧୨ ସେବା ପାଇଁ ୪ ଜଣ ଡିଏସପି, ୧୫୧ ଇନ୍ସପେକ୍ଟର, ୨୦୩ ସବଇନ୍ସପେକ୍ଟର ଓ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏହାଛଡା ଚୁକ୍ତିଭିତ୍ତିକ ଭାବେ ୧୯୮ ଜଣ କଲ୍ ଟେକର ଓ ୨୩୬ଟି ଗାଡ଼ି ମଧ୍ୟ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ଗୋଟିଏ ନମ୍ବରରେ ସବୁ ଜରୁରୀ ସେବା ମିଳିଲେ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Post a Comment

0 Comments